କରୋନା ବେପାର ଚୀନରୁ ୧୦୦ କୋଟି ମାସ୍କ କିଣିବ ଫ୍ରାନ୍ସ

ଗୋଟିଏ ପଟେ ସାରା ବିଶ୍ବକୁ କରୋନା କବଳିତ କରି ରଖିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଚୀନ ଏବେ ପ୍ରାୟତଃ ବିପଦମୁକ୍ତ ଅବସ୍ଥାରେ ପହଞ୍ଚିଲାଣି। ,ଭଳି ସମୟରେ ମାନବସମ୍ବଳ ବହୁଳ ଚୀନ୍‌ ଆରମ୍ଭ କରିଛି କରୋନା ବ୍ୟବସାୟ।

କରୋନା ଲଢ଼େଇରେ ଆକ୍ତାମାକ୍ତ ଫ୍ରାନ୍ସ ଚୀନ୍‌ ଠାରୁ ୧୦୦ କୋଟି ଫେସ୍‌ ମାସ୍କ କିଣିବା ପାଇଁ ଅର୍ଡର ଦେଇଛି। ଫ୍ରାନ୍ସରେ ଏଯାବତ୍‌ ୩୭,୫୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨,୩୧୪ ଜଣଙ୍କର ମୃତ୍ୟୁ ହେଲାଣି। ପ୍ରତି ସପ୍ତାହରେ ଫ୍ରାନ୍ସରେ ୪ କୋଟି ଫେସ୍‌ ମାସ୍କ ବ୍ୟବହାର ହେଉଥିବା କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍। ଏଥିପାଇଁ ଚୀନ୍‌ ଠାରୁ ୧୦୦ କୋଟି ମାସ୍କ କିଣିବାକୁ ଦେଶ ନିଷ୍ପତ୍ତି ନେଇଛି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ସ୍ପେନ୍‌ ଚୀନ୍‌ ଠାରୁ ୪,୬୭୦ ଲକ୍ଷ ଟଙ୍କାର ମେଡିକାଲ୍‌ ସାମଗ୍ରୀ କିଣିଥିଲା। ତେବେ ଖରାପମାନ(substandard)ର ହୋଇଥିବା ଅଭିଯୋଗ କରି ସ୍ପେନ୍‌ ଏବେ ୯,୦୦୦ ଟେଷ୍ଟ୍‌ କିଟ୍‌ ଚୀନ୍‌କୁ ଫେରାଇବା ପାଇଁ ଘୋଷଣା କରିଛି। ପୂର୍ବରୁ ଚେକ୍ ରିପବ୍ଲିକ୍‌ ମଧ୍ୟ ଚୀନ ବିରୋଧରେ ସମାନ ଅଭିଯୋଗ ଆଣିଥିଲା।

ChainaCoronaFranshMask