ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍ କାର୍ଡଜ୍।
ବୃତ୍ତିରେ ସେଫ୍ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍ ନ୍ୟୁୟର୍କରେ ରହନ୍ତି ଓ ସେଠାରେ ଜଣେ ପ୍ରସିଦ୍ଧ ରାନ୍ଧୁଣିଆ ଭାବେ ଜଣାଶୁଣା। ଅନ୍ୟ ତିନି ଜଣ ବନ୍ଧୁଙ୍କ ସହ ମିଶି ସେ ବମ୍ବେ କ୍ୟାଣ୍ଟିନ୍ ନାମରେ ରେସ୍ତୋରାଁ ଓ ବାର୍ ପ୍ରତିଷ୍ଠା କରିଥିଲେ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଭାରତୀୟ ଖାଦ୍ୟ ଦେବାରେ ପ୍ରସିଦ୍ଧ ଏହି ରେସ୍ତୋରାଁ ୨୦୧୯ରେ ପଖାଳ ଓ ଅନ୍ୟ ଓଡ଼ିଆ ଖାଦ୍ୟ ପରସି ଚର୍ଚ୍ଚାକୁ ଆସିଥିଲେ। ଏହି ପଖାଳକୁ ପ୍ରସ୍ତୁତ କରିଥିଲେ ରେସ୍ତୋରାଁର ଅନ୍ୟତମ ସେଫ୍ ଥୋମାସ୍ ଜାକାରିଆ।
ଫ୍ଲଏଡ୍ ମୃତ୍ୟୁବେଳକୁ ଆମେରିକାର ନ୍ୟୁୟର୍କରେ ଥିଲେ। ମାର୍ଚ୍ଚ ୮ରେ ସେ ଭାରତ ଛାଡ଼ି ନ୍ୟୁୟର୍କ ଯାଇଥିଲେ। ମାର୍ଚ୍ଚ ୧୮ରେ ଦୁର୍ବଳ ଅନୁଭବ କରିବାରୁ କରୋନା ସନ୍ଦେହରେ ନିଜକୁ ଡାକ୍ତରଖାନାରେ ତ୍ତି କରିଥିଲେ ଫ୍ଲଏଡ୍। ତାଙ୍କ ଦେହରେ କୋଭିଡ୍-୧୯ ପଜିଟିଭ୍ ଜଣାପଡ଼ିବା ପରେ କ୍ବାରାଣ୍ଟିନ୍ରେ ରଖାଯାଇଥିଲା। ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।