ବଦଳିଲା ରଥ ଭଙ୍ଗା ପରମ୍ପରା

ଚଳିତ ବର୍ଷ ରଥ ଭଙ୍ଗା ପରମ୍ପରାରେ ପରିବର୍ତ୍ତନ କରି ସଂରକ୍ଷଣ ପାଇଁ ରଥକୁ ଖୋଲିବା ପାଇଁ ହୋଇଛି ନିଷ୍ପତ୍ତି  । ତେବେ ଚଳିତ ବର୍ଷ ତିନୋଟି ରଥକୁ ସଂରକ୍ଷଣ କରାଯିବା ସହ ରଥକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣଧୀନ ଥିବା ମ୍ୟୁଜିୟମରେ ରଥପାର୍କରେ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ରଥ ସଂରକ୍ଷଣ କମିଟି ଗଠିତ ହୋଇଥିବା ବେଳେ ଏକ ମାସ ମଧ୍ୟରେ ତିନି ରଥକୁ ଖୋଲି ପୁଣି ଥରେ ଯୋଡି ରଖିବା ପାଇଁ ହୋଇଛି ନିଷ୍ପତ୍ତି । ସେ ନେଇ ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥ ଖୋଲିବା କାର୍ଯ୍ୟ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରାଯାଇଛି । ତେବେ ରଥ ସଂରକ୍ଷଣ କମିଟି, ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କରାଯିବ ରଥ ଖୋଲିବା କାର୍ଯ୍ୟ । ତେବେ ରଥକୁ ସଂରକ୍ଷଣ କରି ରଖାଯାଉ ହେଲେ ଏହି ରଥ ୫୦ରୁ ୬୦ ବର୍ଷ ଯାଏଁ ରହିପାରିବ । ଏଭଳି ରଥକୁ ରଖିବା ନିଷ୍ପତ୍ତି ଠିକ ନୁହେଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦେବୀଦଳନ ରଥର ବିଶ୍ୱକର୍ମା । ତେବେ ରଥକୁ ଗଡାଇ ଆଣିବା ହେଉଛି ପରମ୍ପରା ବିରୋଧୀ ଯଦି ତାହାକୁ ଭାଙ୍ଗି ଖୋଲି ଅଲଗା କରି ପୁଣି ଯୋଡିବା ଠିକ ହେବ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର ।ବଦଳିଲା ରଥ ଭଙ୍ଗା ପରମ୍ପରା  । ଚଳିତ ବର୍ଷ ରଥଯାତ୍ରା ଯେଭଳି ଇତିହାସ ସୃଷ୍ଟି କରିଛି ସେହି ଅନୁସାରେ ତିନୋଟି ରଥକୁ ସ୍ମାରକୀଭାବେ ରଖି ସଂରକ୍ଷଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କାଲିଠୁ ରଥକୁ ନ ଭାଙ୍ଗି ଖୋଲା ଯିବ । ରଥକୁ ଖୋଲିବା ଓ ଯୋଡିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଛି ରଥ ସଂରକ୍ଷଣ କମିଟି । ଆସନ୍ତାକାଲି ଠାରୁ ରଥକୁ ଖୋଲିବା ପାଇଁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି କାର୍ଯ୍ୟ ବେଳେ ରଥ ସଂରକ୍ଷଣ କମିଟି, ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ,ସେବାୟତ, ରଥ ନିର୍ମାଣ ସେବକଙ୍କ ମଧ୍ୟରେ ବିଶ୍ୱକର୍ମା ମହାରଣା, କମାର ସେବକ, ଭୋଇ ସେବକ ଓ ରୁପକାର ସେବକ ରହିବେ । ଏହାସହ କାର୍ଯ୍ୟର ଅନୁଧ୍ୟାନ କରିବେ ରଥ ନିର୍ମାଣ ବୈଷୟିକ କମିଟି । ମେସିନ ସାହାର୍ଯ୍ୟରେ କଢାଯିବ ରଥର ୩ ଇଂଚରୁ ଆରମ୍ଭ କରି ଦେଢ ଫୁଟିଆ କଣ୍ଟା । ପୁଣି କ୍ରେନ ସାହାର୍ଯ୍ୟରେ ରଥର ଉପର ଭାଗକୁ ଚଢି ଭୋଇ ସେବକମାନେ ଏହି ଖୋଲିବା କାର୍ଯ୍ୟ କରିବେ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭରେ କରାଯାଉଛି ମ୍ୟୁଜିୟମ । ଆଉ ସେଥିରେ ରଥପାର୍କ ପାଇଁ ରହିଛି ଯୋଜନା ।

ସେଥିରେ ଚଳିତ ବର୍ଷର ରଥ ମଧ୍ୟ ଇତିହାସ ସୃଷ୍ଟି କରିଥିବାରୁ ତାହାକୁ ସେଠି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶରେ କମିଟି ଗଠିତ ହୋଇ ତିନି ରଥକୁ ଖୋଲି ପୁଣି ଯଥା ସ୍ଥିତି ଅନୁସାରେ ଯୋଡି ରଖାଯିବ । ଆଉ ଯଦି କିଛି କାଠ ନଷ୍ଟ ହୁଏ ସେଥିରେ ଶାଳ ପିଆଶାଳ ଓ ଶାଗୁଆନ  କାଠ ଲଗାଯିବ ବୋଲି କହିଛନ୍ତି ରଥ ସଂରକ୍ଷଣ କମିଟି ସଦସ୍ୟ ରଥକୁ କିଭଳି ରଖାଯିବ ସେ ନେଇ ଦୁଇ ଦିନ ତଳେ ରଥ ନିର୍ମାଣ ବୈଷୟିକ କମିଟି ଆସି ଜଗନ୍ନାଥ ବଲ୍ଲଭକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତା ସହିତ ରଥ ମହାରଣା ଓ ଭୋଇ ସର୍ଦ୍ଧାରଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ରଥ ଖୋଲାଯିବା ବେଳେ ପ୍ରଥମେ ଉପର ଅଂଶ କଳସରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଭୋଇ ସେବକଙ୍କୁ କ୍ରେନ ଉରରେ ବସାଇ ରଥ ଉପରକୁ ନେଇ ଖୋଲା କାର୍ଯ୍ୟ ହେବ । ଏଥିପାଇଁ ବୈଷୟିକ ଯନ୍ତ୍ରୀ, କ୍ରେନ ଏକ୍ସପର୍ଟ ଓ ପୁର୍ତ୍ତ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକୁ କରିବେ । ଏକମାସ ମଧ୍ୟରେ ଖୋଲା ସରି ପୁଣି ରଥକୁ ଯୋଡାଯିବା କାର୍ଯ୍ୟ କରାଯିବ । ହେଲେ ତିନି ରଥର ଅଂଶକୁ କାଢିକି ଯାହା ନିଆଯିବ ରଥ ଗଡିବାର ପରମ୍ପରା ନାହିଁ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର । ସେପଟେ ରଥ ପ୍ରତିଷ୍ଠା ହେବା ପରେ ସେ ଜୀବନଦାନ ଓ ରଥରୁ ପ୍ରଭୁ ଗଲାପରେ ତାହାର ମୃତ୍ୟୁ ହୋଇଯାଏ ବୋଲି ଭଙ୍ଗାଯାଏ । ତେଣୁ ଏହି ରଥକୁ କେବଳ ୬୦ରୁ ୬୦ ବର୍ଷ ରଖାଯାଇ ପାରିବ । ତା ପରେ ପୁଣି କଣ ରଖାଯିବ । ତେଣୁ ଏଭଳି ରଥକୁ ରଖିବା ନିଷ୍ପତ୍ତି ଠିକ ନୁହେଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତିବୋଲି ପ୍ରଶ୍ନ କରିଛନ୍ତି ଦେବୀଦଳନ ରଥର ବିଶ୍ୱକର୍ମା ।।

ରଥକୁ ନେଇ ଯୋଡିବା ପରେ ସେଥିରେ ପୁର୍ଣ୍ଣାଙ୍ଗ ରଥ ପାଇଁ ନୂଆ ଘୋଡା, ସାରଥୀ, ପାର୍ସ୍ୱ ଦେବାଦେବୀ, କଳସ, ଓଲଟ ଶୁଆ ଓ ରଥ ଉପରେ କନା ପକାଇ ସଂରକ୍ଷଣ କରାଯିବ । ତେବେ ଦେଖାଯାଉ ପ୍ରଶାସନ ପକ୍ଷରୁ ରଥକୁ ସଂରକ୍ଷଣ କରି ମ୍ୟୁଜିୟମ ପାଇଁ ନିଆଯାଇଥିବା ନିଆରା ପ୍ରୟାସ କିଭଳି ସଫଳ ହେଉଛି ।

OdishaPuriRath Yatra