ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର।

ଦେଶରେ ଟ୍ରେନ୍‌ ଓ ବିମାନ ଚଳଚଳ ବନ୍ଦ ରଖିବା ଲାଗି ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ କୃଷିକାର୍ଯ୍ୟ ଓ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଜୁନ୍‌ ୧୭ ଯାଏଁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

ଆଜିର ଲକ୍‌ଡାଉନ୍‌ ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ପୂର୍ବରୁ ଯାହା କଟକଣା ଓ ଦଣ୍ଡବିଧାନ ସ୍ଥିର ହୋଇଥିଲା ତାହା ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଲାଗୁହେବ।

CoronaVirusCOVID19IndiaLockdown