ଯାଜପୁର ଜିଲ୍ଲା ରେ ସାବୁନ ,ପାଉଡ଼ର,କ୍ରିମ ଆଦି ଏକ ମଲଟି ନେସନାଲ କମ୍ପାନି ର ଡିଷ୍ଟିବୁଟର ସିପ ନେଇ ପ୍ରାୟ ଦୀର୍ଘ ଦିନ ହେବ ଯାଜପୁର ଜିଲ୍ଲା ରେ ଥିବା ଏକାଧିକ ଦୋକାନି କୁ ଚିଠା ରେ ଠକେଇ କରି ଅସାଧୁ ଊପାୟ ରେ ଅର୍ଥ ଲୁଟି ଦାମି ଗାଡ଼ି କିଣିବା ଓ ସୁଊଚ୍ଚ ଅଟ୍ଟାଳିକା ଠିଆ କରିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି |ବହୁ ଦୋକାନି ଙ୍କ କହିବା ମୁତାବକ ଦିନେଶ ନାମକ ବ୍ୟକ୍ତି ଏକ ଲୋକପ୍ରିୟ ପ୍ରଡ଼କ୍ଟ ର ଡ଼ିଷ୍ଟିବୁଟର ସିପ ନେଇଥିବା ରୁ ଜିଲ୍ଲା ରୁ ହଜାର ହଜାର ଦୋକାନି ତାଠାରୁ ମାଲ ନବା ପାଇଁ ବାଧ୍ୟ୍ୟ ,ଏହାର ସୁଯୋଗ ନେଇ କମ୍ପୁଟର ବିଲ ଦିଏ ,କମ୍ପୁଟର ବିଲ ହୋଇଥିବା କାରଣ ରୁ ସାଧାରଣ ବ୍ୟବସାୟି ଜଣେ ବିଲଟି ଠିକ୍ ଅଛି ଭାବି ବିଲ ଶେଷ ରେ ଥିବା ଲେଖା ହୋଇଥିବା ଅର୍ଥ ଦିଏ |ବହୁ ବର୍ଷ ଏହିଭଳି ଠକିବା ପରେ କିଛି ଦୋକାନି ଙ୍କ ନଜର କୁ ଏହା ଆସିଥିଲା ତାପରେ ସେମାନେ ଏହାର ପ୍ରତିବାଦ କରିବାରୁ ଦିନେଶ ଓ ତାର ଭାଇ ଟବୁ ଚତୁରତାର ସହ ଦୋକାନି ଙ୍କ ଠାରୁ ଭୂଲ ଚିଠା ସବୁ ନେଇଯାଇ ପଇସା ଫେରେଇବ କହି ଆଊ ଫେରାଊ ନାହାନ୍ତି | ଗୁଣ୍ଡାମାନ ଙ୍କ ଦ୍ୱାରା ଡ଼ରେଇ ଧମକେଇ ସେମାନଙ୍କ ପାଟି ଚୁପ୍ କରିବା ସହ ପାଢି ନାମକ ଏକ ପିଲା ଏହିପରି କରିଛି ବୋଲି କହି ଖସିଯାଇଛନ୍ତି |ସେହି ଦିନ ରୁ ପାଢି ନାମକ ବ୍ୟକ୍ତି କୁ ସେମାନେ କ’ଣ କଲେ ଯେ ତାର ଆଜି ପର୍ଯ୍ୟନ୍ତ ଦେଖା ମିଳୁନି |ସେ ପିଲା ମରିଛି କି ବଂଚିଛି ତାହା ମଧ୍ୟ ରହସ୍ୟ ଘେରରେ ,ଦିନେଶ ର କିଛି ବନ୍ଧୁ କହିବା ମୁତାବକ ସେ କୋଟି କୋଟି ଟଙ୍କା ସୁଧିଆ ବେପାର କରି ଇନକମ କରିବା ସହ ସରକାର ଙ୍କୁ ଟିକସ ଫାଙ୍କୁଛି |ଏବେ ଗୋସେବା ନାମ ରେ ଅନ୍ୟମାନଙ୍କ ଠାରୁ ଚାନ୍ଦା କଲେକସନ କରିବା ଏବେ ଚର୍ଚ୍ଚ ର ବିଷୟ ପାଲଟିଛି |ସୂଚନା ଥାଊକି ଊକ୍ତ ମଲ୍ଲଟି ନେସନାଲ କମ୍ପାନି ଦିନେଶ ସ୍କାମ ବିଷୟ ରେ ଜାଣିବା ପରେ ତାର ଡିଷ୍ଟୁବୁଟର ସିପ ରୁ ବହିସ୍କାର କରିଛନ୍ତି |ସାଧାରଣ ଦୋକାନି କିଭଳି ଟଙ୍କା ଫେରସ୍ତ ପାଇବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି |ଦିନେଶ ର ଏହିଭଳି କାର୍ଯ୍ୟ କୁ ବୁଧ୍ୟିଜିବିମାନେ ଘୋର ନିନ୍ଦା କରିବା ସହ ତା ବିରୁଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି | ଦିନେଶ ଭାଇରସ ବା ଭୂତାଣୁ ଠାରୁ ମାରାତ୍ମକ ବୋଲି ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି |