ତେନ୍ତୁଳିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ତେନ୍ତୁଳି ପାଟିକୁ ଖଟା ଲାଗିଥାଏ। ଏହାସହ ଆମେ ସାଧାରଣତଃ ଖଟା କିମ୍ବା ଆଚାର ବନେଇବା ପାଇଁ ବ୍ୟବହାର କରିଥାଉ। ଏହା ସ୍ଵାଦକୁ ଆହୁରି ଦ୍ୱିଗୁଣିତ କରିଥାଏ ସେୟା ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ‌ତେନ୍ତୁଳିରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ଭଳି ଭିଟାମିନ୍‌ ପ୍ରଚୁର ପରିମାଣରେ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହଯ୍ୟ କରେ। ତେବେ ଆସନ୍ତୁ ଜାଣିବା ତେନ୍ତୁଳି ଖାଇବା ଦ୍ୱାର ଶରୀର ପାଇଁ କ’ଣସବୁ ଲାଭ ହୋଇଥାଏ।

ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।

ଯଦି ଶରୀରରେ ଜ୍ୱର ଥାଏ ତେବେ ତେନ୍ତୁଳି ରସ ପିଇବା ଦ୍ୱାରା ଜ୍ୱର ଛାଡ଼ିଯାଏ।

ତେନ୍ତୁଳିରେ ଥିବା ପ୍ରଚୂର ମାତ୍ରାର ପୋଟାସିୟମ୍‌ ଶରୀରକୁ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ସୁରକ୍ଷା ଦେଇଥାଏ।

ଯଦି ଆପଣ ପତଳା ହେବାକୁ ଚାହୁଁଛନ୍ତି ତେବେ ନିୟମିତ ତେନ୍ତୁଳି ରସ ଖାଆନ୍ତୁ। ଦେଖିବେ ଓଜନ ହ୍ରାସ ପାଇବ।

ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ ସହାୟକ ହୋଇଥାଏ।

Medicine QualityTamarind