ସୋସିଆଲ ମିଡିଆରେ ପ୍ରକୃତିଙ୍କୁ ଖରାପ ଭାବେ ଚିତ୍ରଣ କରାଯାଉଛି।

ଏକ ଓଡ଼ିଆ ୱେବ୍ ଚ୍ୟାନେଲ୍ରେ ବିରୋଧରେ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି। ଏନେଇ ସମ୍ପୃକ୍ତ ୱେବ ପୋର୍ଟାଲ ବିରୋଧରେ ମେଞ୍ଚେସ୍ୱର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି।

ଖାଲି ପ୍ରକୃତି ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହା ଯୋଗୁ ମୁଁ ମାନସିକ ଭାରସାମ୍ୟ ହରାଇଛି। ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି।

କିଛି ଦିନ ତଳେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସମାଲୋଚନାର ଶିକାର ହେଉଛନ୍ତି ପ୍ରକୃତି ମିଶ୍ର। ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ଥିବାବେଳେ ମଦ ବୋତଲ ଏବଂ ଗ୍ଲାସ୍‌ ବି ଥିଲା। ଫଟୋଟି ସେୟାର କରି ପ୍ରକୃତି କ୍ୟାପସନ୍‌ରେ ଲେଖିଥିଲେ, ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍‌ ଡୋଲସ୍‌ ନଂ୧। ପ୍ରକୃତିଙ୍କର ଏହି ପୋଷ୍ଟରେ ଲୋକମାନେ ନାନା କମେଣ୍ଟ କରିଥିଲେ ।

Prakruti Mishrasocial media