ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ମୋଟ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪, ଏମ୍ସରେ ୭୭, ଏସସିବିରେ ୩୭୮, ଏମକେସିଜିରେ ୪୧, ଭିମସାରେ ୩୩, ଆଇଏଲଏସରେ ୧୯୨, ଆଇଜିଏଚରେ ୫୧ ଓ ଆପୋଲୋରେ ୨୧ଟି ସାମ୍ପୁଲ ପରୀକ୍ଷା କରାଯାଇଥିଲା । ପୂର୍ବରୁ ମାତ୍ର ଟେଷ୍ଟ ସଂଖ୍ୟା ୧୦୦୦ ଭିତରେ ରହୁଥିଲା । ତେବେ ଗୋଟିଏ ଦିନରେ ଦୁଇ ହଜାରରୁ ଅଧିକ ସାମ୍ପୁଲ ଟେଷ୍ଟ ଓଡ଼ିଶାରେ କରୋନା ପରୀକ୍ଷାରେ ସର୍ବାଧିକ ବୋଲି ଜଣାପଡିଛି । ଆଗକୁ ମଧ୍ୟ ଏଭଳି ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯିବ ବୋଲି କୁହାଯାଉଛି ।