ରାଜନୀତିରେ ଯୋଗ ଦେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ !

ଓଏନଆଇ ବ୍ୟୁରୋ: କିଛି ବିଳମ୍ବ ସତ୍ତ୍ୱେ ଶେଷରେ ରାଜ୍ୟ ସରକାର ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି । ଫଳରେ ସେ ରାଜନୀତିରେ ଯୋଗ ଦେବା ପଥ ପ୍ରଶସ୍ତ ହୋଇଛି ।

ଯଦିଓ ଏପର୍ଯ୍ୟନ୍ତ ଅପରାଜିତା ସ୍ପଷ୍ଟ କରିନାହାନ୍ତି ସେ କେଉଁ ଦଳରେ ଯୋଗ ଦେବେ, କିନ୍ତୁ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ସେ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ।

ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ବିଏମସି କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ସେ ୨୦୧୩ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । କିନ୍ତୁ ସେ ସେପ୍ଟେମ୍ବର ମାସରେ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ।

Aparajita SarangiBhubaneswarBJPIASLok SabhaOdishapoliticsVRS