ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଓଏନଆଇ ବ୍ୟୁରୋ: ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ଏବଂ ବରିଷ୍ଠ ବିଶ୍ଵକର୍ମା କୃଷ୍ଣ ଚନ୍ଦ୍ର ମହାରଣାଙ୍କ ବ୍ରହ୍ମ ପରିବର୍ତ୍ତନ ଅଭିଯୋଗ ଉପରେ ଏକ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି ।

“ସାଢେ ଚାରିକୋଟି ଓଡ଼ିଆଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ୱାଭିମାନର କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ବିରୁଦ୍ଧରେ ଏହା ଏକ ସାଙ୍ଘାତିକ ଧାର୍ମିକ ଏବଂ ଅର୍ଥନୈତିକ ଷଡଯନ୍ତ୍ର । ଓଡ଼ିଆ ଜାତି ଯେଉଁ ଠାକୁରଙ୍କୁ ନେଇ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଛି, ଯାହାଙ୍କ ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ, ଯିଏ ପ୍ରତ୍ୟେକ ଓଡ଼ିଆ ପରିବାରର କୋଠ ଦିଅଁ, ତାଙ୍କର ଧାର୍ମିକ ଅନୁଷ୍ଠାନ ସହ ନବୀନ ବାବୁ ଖେଳିବାକୁ ବି ପଛାଉନାହାନ୍ତି,” କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ ।

ଦାରୁ ଚୟନରେ ହୋଇଥିବା ଅହେତୁକ ବିଳମ୍ବ ଓ ଅନିୟମିତତା ସମ୍ପର୍କରେ କୃଷ୍ଣ ମହାରଣାଙ୍କ ଅଭିଯୋଗ ସାଂଘାତିକ ଏବଂ ଦାରୁ ଚୟନର ଷଡ଼ଯନ୍ତ୍ରକାରୀର ମୁଖା ଖୋଲି ତା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

BJPBramha ParivartanOdishaPitambar AcharyaPuriSrimandir