ଗଞ୍ଜାମ କଂଗ୍ରେସ ନେତାଙ୍କ ଇସ୍ତଫା, ବିଜେଡିରେ ଯୋଗ ଦେବେ

ଯାହାକି ପୂର୍ବରୁ ଆକଳନ କରାଯାଉଥିଲା, ଗଞ୍ଜାମ ଜିଲ୍ଲାର କଂଗ୍ରେସ ନେତାମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାର ଟାଣୁଆ ନେତା ଓ ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଂଜିତ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତାପସ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଜି. ପୁଷ୍ପାବତୀ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ତାପସ ବିଷୋୟୀ ପ୍ରମୁଖ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି.

ଉପରୋକ୍ତ ନେତା ଏବଂ ସେମାନଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ସମୟରେ ଏପ୍ରିଲ ୪ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.

Bikram PandaBJDChandra Sekhar SahuCongressganjamNaveen PatnaikOdisha