ରାତି ପାହିଲେ ରୋଷେଇ ଘରେ ଖୋଜାପଡେ ଅଦା। ଚା’ଠାରୁ ଆରମ୍ଭ କରି ତରକାରୀ ପର୍ଯ୍ୟନ୍ତ ସବୁଥିରେ ପଡିପାରେ ଏହି ଅଦା। ଏହାକୁ ଖାଲି ମଧ୍ୟ ଖିଆଯାଏ। ଯାହା ଥଣ୍ଡା ସର୍ଦ୍ଦି ସମସ୍ୟାକୁ ଠିକ୍ କରିଥାଏ। ଏମିତିକି ଗଳା ସଂକ୍ରମଣ ହୋଇଥିଲେ ଅଦାକୁ ବ୍ୟବହାର କରାଯାଏ। ଏହି ଅଦାର ଆଉ କିଛି ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା…
*ଅଦା ଖାଇବା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍ ହୋଇଥାଏ। ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥାନ୍ତି।
*ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚା ସୁନ୍ଦର ଦେଖାଯିବ।
*ଅଦାରେ ରହିଥିବା ପୋଷକ ତତ୍ତ୍ୱ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ବ୍ୟବହାର କରନ୍ତୁ। ସେହି ପେଷ୍ଟକୁ କିଛି ସମୟ ଚେହେରାରେ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, କିଛି ଦିନ ମଧ୍ୟରେ ଚେହେରା ସତେଜ ଓ ସୁନ୍ଦର ଦିଶିବ।
*ଅଦାରେ ଥିବା ଆଣ୍ଟିଏଜିଂ ଗୁଣ ପାଇଁ ଏହାକୁ ଦୈନିକ ଖାଇବା ଦ୍ୱାରା ଶରୀରରେ ଥିବା ବିଭିନ୍ନ ଦାଗ, ଚିହ୍ନ ଓ କଳାଦାଗ ଦୂର ହୋଇଥାଏ।
ତ୍ୱଚାରେ କୌଣସି ପ୍ରକାରର ଜଳା ପୋଡ଼ା ହେଉଥିଲେ ଅଦା ରସର ବ୍ୟବହାର କରିବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।
*ଅଦାର ବ୍ୟବହାର ତ୍ୱଚାରେ ପ୍ରାକୃତିକ ଗୋରାପଣ ମଧ୍ୟ ଆଣିଥାଏ। ଏଥିପାଇଁ ଅଦା ରସକୁ ଗୋଲାପ ଜଳ ମିଶାଇ ବ୍ୟବହାର କରନ୍ତୁ। ଏହାକୁ ୨୦ ମିନିଟ ଯାଏ ଚେହେରାରେ ଲଗାଇ ରଖି ତାହାକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଚେହେରାର ପ୍ରାକୃତିକ ଚମକ ବଢ଼ିଯିବ।
*କେଶ ପାଇଁ ମଧ୍ୟ ଅଦା ଖୁବ ଉପକାରୀ। ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ, ଖୁବ କମ୍ ଦିନରେ ରୁପୀ ସମସ୍ୟା ଦୂର ହେବା ସହ କେଶ ଘନ ହେବ।