କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫୋଟ ଟ୍ୱିଟରରେ ଛାଡ଼ିଲେ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଓଡ଼ିଶାର ଲୋକଙ୍କୁ ଉତ୍କଳ ଦିବସ ଶୁଭେଚ୍ଛା ଜଣାଇବା ଅବସରରେ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ମଧ୍ୟରେ ପୂଜା କରୁଥିବାର ଫୋଟ ଟ୍ୱିଟରରେ ପୋଷ୍ଟ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ. ମନ୍ତ୍ରୀଙ୍କର ଫୋଟ ନିଷିଦ୍ଧାଞ୍ଚଳ ମଧ୍ୟରେ କିଏ ଉଠାଇଲା ଏବଂ ମନ୍ତ୍ରୀ ଏତେ ଦିନ ପରେ କାହିଁକି ସେ ଫୋଟ ଟୁଇଟ କଲେ, ଏହାକୁ ନେଇ ପ୍ରଶ୍ନ ଉଠିଛି.

ସୂଚନାଯୋଗ୍ୟ ମନ୍ତ୍ରୀ ବିଜୟ ଗୋୟଲ ଗତ ବର୍ଷ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଏବଂ ପ୍ରଧାନମନ୍ତ୍ରୀଙ୍କର ଓଡିଶା ଗସ୍ତ ସମୟରେ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ.

କଂଗ୍ରେସ ନେତା ସୁର ରାଉତରାୟ ବିଜୟ ଗୋୟଲଙ୍କର ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ଦାବୀ କରିଛନ୍ତି. ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଏହାକୁ ବିଜୟ ଗୋୟଲଙ୍କ ଅଜ୍ଞତା କହି କ୍ଷମା ପ୍ରାର୍ଥନା କରିବା ସହ ମନ୍ଦିର ପ୍ରଶାସନକୁ ଏ ଘଟଣା ପାଇଁ ଦାୟୀ କରିଛନ୍ତି.

BhubaneswarLingaraj TempleOdishaSanctum SanctorumVijay Goel