Odisha News Insight

ଦହି ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ଦହି ଖାଇବା ଦ୍ୱରା ଆମ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଖାଲି ଏତିକି ନୁହେଁ ଦହି ପାଣିରେ ମଧ୍ୟ ଶରୀର ପାଇଁ ଉପକାର ହୋଇଥାଏ।ଦହି ପାଣିକୁ ଆପଣ ବୋତଲରେ ଭରି ଫ୍ରିଜରେ ରଖି ପର୍ବପର୍ବାଣୀ ଏବଂ ଅନ୍ୟ ଦିନମାନଙ୍କରେ ପିଇପାରିବେ। ଦହିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ଶରୀରରୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଦହି ପାଣିରେ କେଉଁ ସବୁ ଉପକାର ମିଳିଥାଏ..
ଦହି ପାଣିରେ ଥିବା ଲାକ୍ଟିକ୍‌ ଏସିଡ୍‌ ଡାଇରିଆ ସମସ୍ୟାକୁ ଭଲ କରିଥାଏ।

ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥିବାରୁ ପିଇବା ପରେ ଭୋକ କମ୍‌ ଲାଗିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରିତ ରୁହେ।

ଦହିରେ ଥିବା ଇଲେକ୍ଟ୍ରୋଲାଇଟସ୍‌ ଆପଣଙ୍କ ଶରୀରରେ ଜଳୀୟଅଂଶର ମାତ୍ରାକୁ ଠିକ୍‌ ରଖିଥାଏ।
ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ପାଚନକ୍ରିୟା ମଧ୍ୟ ଠିକ୍‌ ରହିଥାଏ।

ପର୍ବପର୍ବାଣୀରେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପରେ ଦହି ପାଣି ପିଇପାରିବେ। ଏହା ଆପଣଙ୍କ ପେଟରେ ତେଲ ଜିନିଷକୁ ପଚାଇ ହଜମ କରିବାରେ ସାହାଯ୍ୟ କରିଥାଏ।

Leave a comment