୦୨/୦୩/୧୯, ଶନିବାର Morning Headlines
୧-ଆଜିଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା ଆରମ୍ଭ।ସାରା ଦେଶରେ ପରୀକ୍ଷା ଦେବେ ୨୮ଲକ୍ଷ ଛାତ୍ରଛାତ୍ରୀ।
୨-ପ୍ରତୀକ୍ଷାର ଅନ୍ତ, ପରାକ୍ରମ ଦେଖାଇ ଶେଷରେ ଭାରତରେ ପାଦ ଦେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ।
୩-ଆସନ୍ତା ୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, କୋରାପୁଟରେ ଜନସମାବେଶରେ ଦେବେ ଯୋଗ।
୪-ଗାଳ୍ପିକା ସୁସ୍ମିତା ବାଗ୍ଚୀ ପାଇବେ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’।
୫-ମାର୍ଚ୍ଚ ୩ରୁ୫ଯାଏ ତିନି ଦିନ ଝଡବର୍ଷା ସମ୍ଭାବନା।
୬-ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲା ; ବନ୍ଧୁଗାଁରୁ ଗିରଫ ହେଲେ ଆଉ ୪ ଜଣ।
ଆଜି ଅଛି Math ପରୀକ୍ଷା।
୭-ବଡ଼ ବଡ଼ ସେତୁ ବାନ୍ଧି ଥିବା ନଳିନୀ ପ୍ରଧାନ ଏବେ ବାନ୍ଧିବେ ରାଜନୈତିକ ସେତୁ, ପୂର୍ତ୍ତ ସଚିବ ପଦରୁ ନେଲେ ସ୍ୱେଚ୍ଛାକୃତ ଅବସର।
୮-ICICI ଲୋନ ଦୁର୍ନୀତି ମାମଲା : ଚନ୍ଦା କୋଚର ଓ ଭିଡିଓକନ୍ ମାଲିକଙ୍କ ଘରେ ଇଡିର ଚଢାଉ।
୯-କି ଶାନ୍ତି ଚାହୁଁଛି ପାକିସ୍ତାନ: ଘାଟିର ସବୁ ସେକ୍ଟରରେ ଫାୟରିଂ ଜାରି, ୫ ଯବାନ ସହିଦ, ଜଣେ ନାଗରିକ ମୃତ।
୧୦-ଆଜି ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।
୧୧- ଝାରସୁଗୁଡା ଜିଲ୍ଲା ବନହରପାଲିରେ OPGCର ନୂଆ ୟୂନିଟ୍ ହେଲା ଲୋକାର୍ପିତ। ମିଳିବ ୧୩୨୦ ମେଗାୱାଟ ତାପଜ ବିଦ୍ୟୁତ ।
୧୨-ହ୍ୱାଟ୍ସଆପରେ ଆସୁଛି ନୂଆ ଫିଚର:ଗ୍ରୁପ ଇନଭିଟେସନ, ଆଡଭାନ୍ସ ସର୍ଚ୍ଚ ,ଡାର୍କ ମୋଡ,ସୋ ଇନ୍ ଚାଟ ଓ ଷ୍ଟାଟସ ଫିଡ୍ ।