Odisha News Insight

ତାଲାବନ୍ଦ ସମୟରେ ଗାଡ଼ି ଜବତ କରିପାରିବନି ପୁଲିସ, ଜବତ ଗାଡ଼ି ତୁରନ୍ତ ଛାଡ଼

 ଆଜି ଓଡ଼ିଶା ହାଇକୋର୍ଟ ରାଜ୍ୟ ପୁଲିସ ବିଭାଗକୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ତାଲା ବନ୍ଦ ସମୟରେ ପୁଲିସ ଜନତାଙ୍କର ଗାଡ଼ି ଛଡ଼ାଇ ନେଇପାରିବନାହିଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। ଏପରିକି ଯେଉଁ ଗାଡ଼ି ସବୁ ଜବତ ହୋଇଛି, ସେସବୁକୁ ତୁରନ୍ତ ଛଡ଼ାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଯାତାୟତ କମ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିଲେ ପୁଲିସ। ଘରୁ ବାହାରକୁ ଗାଡ଼ି ଆଣି ଆସୁଥିବା ବ୍ୟକ୍ତିଙ୍କର ଗାଡ଼ି ଜବତ କରାଯାଉଥିଲା। କେତେକ ସ୍ଥାନରେ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଥିଲା। ତେବେ ପୁଲିସର ଏଭଳି ବ୍ୟବହାରକୁ ନାପସନ୍ଦ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଯଦି କେହି ଲକ୍‌ଡାୁନ୍‌ ନିୟମ ଅମାାନ୍ର କରି ବାହାରକୁ ଆସୁଛି ତାଙ୍କ ଠାରୁ ସ୍ବୀକାରପତ୍ର (ଅଣ୍ରଟେକିଂ) ଲେଖି ଛାଧିନିଅ ବୋଲି କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିବା ଆବଶ୍ୟକ ପଡ଼ିଲେ ଚାଲିଚାଲି ଯିବା ପାଇଁ ପୂର୍ବରୁ ପୁଲିସ ଜନସାଧାରଣଙ୍କୁ ସତର୍କ କରିଥିଲା। ଏହାକୁ ଅମାନ୍ୟ କରି ବହୁୁ ଲୋକ ବାହାରିଥିବା ବେଳେ ସେମାନଙ୍କର ଗାଡ଼ି ସବୁ ଜବତ କରିଥିଲା ପୁଲିସ। ଏବେ ଏହି ଜବତ ଗାଡ଼ିସବୁକୁ ଛାଡ଼ିଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a comment