Odisha News Insight

୭ ମାସ ପରେ ମୁକ୍ତି ପାଇଲେ ଓମାର ଅବଦୁଲ୍ଲା, କହିଲେ

ଦୀର୍ଘ ୭ ମାସ ପରେ ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତି ମିଳିଛି। ଓମାରଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀରେ ରଖା ଯାଇଥିଲା। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ ଅଧୀନରେ ଗିରଫ କରାଯାଇଥିଲା।

ଆାଜି ମୁକ୍ତ ହୋଇ ଓମାର ଅବଦୁଲ୍ଲା ନିଜ କାରରେ ଘରେ ପହଁଞ୍ଚିଥିଲେ। ଘରେ ପହଁଞ୍ଚିବାପରେ ଓମାର କହିଥିଲେ ଯେ, ରାଜ୍ୟ ଓ ରାଜ୍ୟ ବହାରେ ଅଟକ ଥିବା ଲୋକଙ୍କୁ ଛାଡିଦିଆ ଯାଉ। ଏଭଳି କଠିନ ସମୟରେ ମେହବୁବା ମୁଫତିଙ୍କୁ ମଧ୍ୟ ଛାଡ଼ିଦିଆଯିବା ଉଚିତ୍‌ ବୋଲି ଓମାର ଅବଦୁଲ୍ଲା କହିଛନ୍ତି।

Leave a comment